ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ ଜରୁରୀ ବୈଠକ ଅନୁଷ୍ଠିତ, ଆସନ୍ତା ଦିନରେ ସାଂଗଠାନିକ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି

ନୂଆପଡା ୩୦.୧୨. ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ ଜରୁରୀ ବୈଠକ ଅନୁଷ୍ଠିତ, ଆସନ୍ତା ଦିନରେ ସାଂଗଠାନିକ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ହୋଇଅଛି। ଆଜିର ବୈଠକ ରେ ସଭାପତି ପରମେଶ୍ବର ବାରିକ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ତପନ ଦାସ ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ। ବିଦ୍ଧିବଦ୍ଧ ଭାବରେ କ୍ଳବ୍ ର ନୂତନ କାର୍ଯ୍ୟାକର୍ତ୍ତା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଅଛି। ୧୫ ଦିନ ପୂର୍ବରୁ ସୂଚନା ଦେବା ସହ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ କର୍ମକର୍ତ୍ତା ଚୟନ ନେଇ ନିଷ୍ପତ୍ତି ହୋଇଅଛି।

ଆସନ୍ତା ୧୧ ଜାନୁଆରୀ ମାସ ରେ କୁସମାଲ ଠାରେ ବୈଠକ ପାଇଁ ନିଷ୍ପତି ହୋଇଅଛି। ସଭାରେ ବରିଷ୍ଠ ସାମ୍ବାଦିକ ପ୍ରତିଷ୍ଠାତା ସଭାପତି ଅଜିତ ପଣ୍ଡା ଜିଲ୍ଲା ରେ ଥିବା ସମସ୍ୟା ଏବଂ ତାର ସମାଧାନ ପାଇ ତଥ୍ୟ ଭିତ୍ତିକ ଖବର ସଂଗ୍ରହ କରିବାକୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କୁନାଲ ଚରଣ ବେହେରା ଧନ୍ୟବାଦ ଦେଇଥିଲେ। କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ଏବଂ ବାପିନା ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!