ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ।

କଣ୍ଟାବାଞ୍ଜି/ତା.୦୮/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଲୋହିତାକ୍ଷ ଯୋଷୀ,ସମ୍ମାନିତ ଅତିଥି ଭାବରେ ଏବିଇଓ ଜଗବନ୍ଧୁ ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ ତରିଆ ଯୋଗ ଦେଇଥିଲେ।

ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୀନେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଉପସ୍ଥିତ ଅତିଥି ବୃନ୍ଦ ନବ ଭାରତ ସାକ୍ଷରତା ଅଭିଯାନ,ଉଲ୍ଲାସ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ସାକ୍ଷର ହୋଇ ନିରକ୍ଷର ଭଳି କଳଙ୍କରୁ ମୁକ୍ତି ହେବାକୁ ଆହ୍ଵାନ ଦେଇଥିଲେ।ସଭାପରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ସିଆରସିସି ଅଭିଭାବକ ଛାତ୍ରଛାତ୍ରୀ ତଥା ନବ ସାକ୍ଷରତା ଅଭିଯାନରେ ସାମିଲ ଥିବା ମହିଳା ପୁରୁଷ ଓ ସମାଜସେବୀ ପ୍ଳାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଗୁରୁପ୍ରସାଦ ଛତ୍ରିଆ, ଗଜୟ କୁମାର ଦାଶ,ଅନୁପ କୁମାର ଦାସ, ମୋହନ ବରିହା, କୃତ୍ତିବାସ ବରିହା, ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ, ସବିତା ପାଣିଗ୍ରାହୀ, ଭାରତୀ ଦାସ,ଶାନ୍ତି ଭୋଇ,ଲାବଣ୍ୟବତୀ ଧରୁଆ,କିଶୋର ବରିହା, ସୌରଭ ବେହେରା, ଅବିନାଶ ମହାଲିଙ୍ଗ,ଭରତ ମିର୍ଦ୍ଧା,ବିରଞ୍ଚି ଖର୍ସେଲ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!