ନୂଆପଡା ତା:୨୬.୦୮.( ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ସାହିତ୍ୟ ସମିତି ଆନୁକୂଲ୍ୟରେ ରାଜଦରବାର ଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି।ସାହିତ୍ୟ ସମିତିର ସଭାପତି ତଥା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସୁସାହିତ୍ଯିକ ବଳଭଦ୍ର ମହାଉତି ,

ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ, ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ ଓ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ପାଲାଗାୟକ ଅର୍ଜ୍ଜୁନ ଛତ୍ରିଆ ଯୋଗ ଦେଇ ଆଲୋକ ଓ ଅମୃତର କବି ହେଉଛନ୍ତି ଗଙ୍ଗାଧର । ତାଙ୍କ ଦୃଷ୍ଟିରେ ଏଇ ବିଶ୍ୱ ମଧୁମୟ। କବି ଆଦିତ୍ଯ ନାରାୟଣ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାହିତ୍ଯିକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଗୀତ ସୌରଭ ନନ୍ଦଲାଲ ବାରିକ ଓ ଅବକାଶ ନାରାୟଣ ପଣ୍ଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସାହିତ୍ଯିକ ଶରତ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ଶିକ୍ଷାବିତ୍ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାହିତ୍ୟିକ ଏବଂ କବି ଓ କବିତା ପ୍ରେମୀ ମାନେ ଯୋଗ ଦେଇଥିଲେ।
