ନୂଆପଡା, ୨୪ ୭( ଜିଲ୍ଲା ଖବର )ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତ ଜୁନାନୀ ଗ୍ରାମର କୀର୍ତ୍ତନ ମାଝୀ (୨୭) ୯୦ ପ୍ରତିଶତ ଦିବ୍ୟାଙ୍ଗ କିଛି ବର୍ଷ ହେଲା ସେ ଭିନ୍ନକ୍ଷମ ଭତ୍ତା ଯୋଜନାରେ ସାମିଲ ହୋଇ ଭତ୍ତା ପାଇ ଆସୁଥିଲେ । କିନ୍ତୁ ଗତ ତିନି ମାସ ହେଲା ତାଙ୍କୁ ଭତ୍ତା ମିଳୁ ନଥିବାରୁ ତାଙ୍କ ବୃଦ୍ଧା ମା’ ଚିନ୍ତାରେ ଅଛନ୍ତି। ଖଡ଼ିଆଳ ବ୍ଲକ୍ ଗସ୍ତରେ ଆସିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ତାଙ୍କ ମା’ ତୁରନ୍ତ ଭତ୍ତା ଯୋଗାଇ ଦେବା ଓ ୯୦ ପ୍ରତିଶତ ଦିବ୍ୟାଙ୍ଗ ହେତୁ ୩୫୦୦ ଟଙ୍କା ଭତ୍ତା ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଥିଲେ ।

