ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ମୃତଦେହ ଉଦ୍ଧାରଯୋଜନା ଜନାବଦ୍ଧ ହତ୍ୟା ଅଭିଯୋଗ

ନୂଆପଡା (ଜିଲ୍ଲା ଖବର) ୧୮ ୭ ନୂଆପଡା ଜିଲ୍ଲା କୋମନ ମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତର ସାହାଜଟ ଆଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ବିନୀ ବନ୍ଦିଛୋର(୧୩) ଙ୍କ ମୃତଦେହ ବୁଧବାର ରାତିରେ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ଠାରୁ ମାତ୍ର ୩୦ ମିଟର ଦୂରରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କୋମନା ଡାକ୍ତରଖାନାକୁ ଆଣିଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରଜଣଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ଚପାଇବା ପାଇଁ ଆଶ୍ରମ କର୍ତ୍ତୃପକ୍ଷ ଚେଷ୍ଟା କରୁଥିବା ବେଳେ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ଛାତ୍ର ଜଣକ ରାତ୍ରି ୧୦ ସମୟ ଖାଇବା ପରେ ଛାତ୍ର ଆଶ୍ରମ ରୁ ନିଖୋଜ ଥିଲେ । ଛାତ୍ରକୁ ଖୋଜିବା ପରେ ଆଶ୍ରମ ପାଖରେ ଥିବା ମହୁଲ ଗଛରୁ ମୃତଦେହ ଉଦ୍ଧାର କରି କୋମନା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ନୂଆପଡା ଏସଡିପିଓ ସ୍ବାଧୀନ ମିଶ୍ର ଓ କୋମନା ଡାକ୍ତରଙ୍କ କହିବା ଅନୁସାରେ ଛାତ୍ର ଜଣକ ବେକରେ ରଶି ଲଗାଇ ଥିବାରୁ ମୃତ୍ୟୁ ହୋଇଛି। ଅନ୍ୟପଟେ ଛାତ୍ରଙ୍କ ବାପା-ତୁଳସୀଦାସ ବନଛୋର ଲିଖୁତ ଅଭିଯୋଗରେ ପୁଅ ଅସୁସ୍ଥ ଥିବା କାରଣରୁ ମୃତ୍ୟୁ ଘଟିଥିବା କୋମନା ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି । ମୃତକଙ୍କ ବାପା ଚାପରେ ଏପରି କହୁଥ‌ିବା ଅଭିଯୋଗ ହୋଇଛି। ଏ ନେଇ ପୂର୍ବରୁ ଅନେକ ଘଟଣା ଘଟିଥିବା ବେଳେ ଛାତ୍ର ମୃତ୍ୟର କାରଣ ପୋଲିସ ଖୋଜିବ ତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସାହାଜଟ ଗାଁରେ ଥିବା ଆଶ୍ରମରେ ନିୟମ ଅନୁସାରେ ଅନୁସୂଚିତଜାତି ଜନଜାତିର ଛାତ୍ରଛାତ୍ରୀମାନେ ରହି ପଢ଼ନ୍ତି । ହେଲେ ମୃତ ଛାତ୍ର ଜଣକ ପଛୁଆବର୍ଗର ହୋଇଥିବା ବେଳେ କିପରି ହଷ୍ଟେଲରେ ରହି ପଢୁଥିଲେ ତାହା ସନ୍ଦେହ ସୃଷ୍ଟି ହୋଇଛି। ଶବ ବ୍ୟବଛେଦ କରାଯାଇଛି। ଏହି ଘଟଣାକୁ ଦେଖୁଥ‌ିବା ବ୍ୟକ୍ତିମାନେ ଛାତ୍ର ଜଣକ ଆମୂହତ୍ୟା କରିଥିବା କହିଛନ୍ତି। ହଷ୍ଟେଲ ଇନଚାର୍ଜ ଶିକ୍ଷକ ଲୋଚନ ଶବର ଏସବୁ ଘଟଣାକୁ ପ୍ରଧାନ ଶିକ୍ଷକ ଓ ଛାତ୍ରର ସମ୍ପର୍କୀୟ ମାମୁ ଆଶ୍ରମର ଶିକ୍ଷକ ଜଗଦୀଶ ନାଗକୁ ଜଣାଇଥିବା କହିଛନ୍ତି। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!