ଉପାନ୍ତରେ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର, ଆଠ ଟି ଶ୍ରେଣୀକୁ ଜଣେ ଶିକ୍ଷକ, ବିଦ୍ୟାଳୟ ସମ୍ଭାଲୁଛନ୍ତି ସିଆରସିସି, ହାତ ବାନ୍ଧି ବସିଛି ଶିକ୍ଷା ବିଭାଗ, ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ, ଦାନା ବାନ୍ଧୁଛି ଆନ୍ଦୋଳନ।

ନୂଆପଡ଼ା,୧୫/୦୭(ଜିଲ୍ଲା ଖବର):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ସ୍ଥିତ ବ୍ଲୁବେଳ ପବ୍ଲିକ ସ୍କୁଲ ରେ ବନମହୋତ୍ସବ ପାଳିତ ହୋଇ ଯାଇଛି । ଏହି ବନମହୋତ୍ସବ ରେ ବୃକ୍ଷ ରୋପଣ ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଜରୁରୀ ବୋଲି କାର୍ଯକ୍ରମ ରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ରେ ସ୍କୁଲ ଅଧ୍ୟକ୍ଷ ଦୟା ସାଗର ମେହେର, ଅଧ୍ୟାପିକା ଅନୁରୂପା ବହିଦାର, ଅଧ୍ୟାପକ ପ୍ରହଲ୍ଲାଦ ପତି ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ କର୍ମଚାରୀ ସମେତ ଗ୍ରାମବାସୀ ଯୋଗଦେଇଥିଲେ । ବ୍ଲୁ ବେଳ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଗଛ ହେଉଛି ଆମର ଦୈନନ୍ଦିନ ଜୀବନରେ ଗଛ ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ | ଓ ମା ପାଇଁ ଗଛ ଟିଏ ଅଭିଯାନ ରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ,। ଏହି ବନମହୋତ୍ସବ ସପ୍ତାହ ରେ ସ୍କୁଲ ଅଧ୍ଯକ୍ଷ, ପ୍ରଧାନ ଅଧ୍ୟାପିକା ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସମ୍ପୂର୍ଣ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!