ବିନା ଫିଟନେସ ରେ ଗଡୁଛି ସ୍କୁଲ ବସ : କୋମଳ ମତି ଶିଶୁଙ୍କ ଜୀବନ ସହ ଖେଳ।

ନୂଆପଡ଼ା -୧୨/୭ (ଜିଲ୍ଲା ଖବର )ରିପୋର୍ଟ ଓମ ପ୍ରକାଶ ଚୌଧୁରୀ ନୂଆପଡା ଜିଲ୍ଳା ସଦର ମହକୁମା ର ଅନତି ଦୂରରେ ସ୍ଥାପିତ ଏକ ପ୍ରଭାବଶାଳୀ ନେତା ଙ୍କ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଦ୍ୱାରା ଫିଟନେସ ନ ଥିବା ବସ ରେ ଉକ୍ତ ସ୍କୁଲ ରେ ଅଧ୍ୟୟନରତ କୋମଳମତି ନାବାଳକ ଛାତ୍ରଛାତ୍ରୀ ଙ୍କୁ ପରିବହନ କରି ସ୍କୁଲ ରୁ ସେମାନଙ୍କ ଘରକୁ ନିଆ ଅଣା କରୁଥିବା ଦେଖିବାକୁ ମିଳୁଛି। ନିରାପଦ ଓ ସୁରକ୍ଷିତ ଯାତ୍ରା ସହ ସ୍କୁଲ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟ ରେ ଅଧ୍ୟୟନରତ ଶିଶୁ ଯେଭଳି ଯଥା ସମୟରେ ସ୍କୁଲ ରେ ପହଞ୍ଚି ପାରିବ ତାହାକୁ ଦୃଷ୍ଟି ରେ ରଖି ଅଭିଭାବକ ମାନେ ନିଜ ସନ୍ତାନ ମାନଙ୍କୁ ସ୍କୁଲ ରେ ନିର୍ଦ୍ଧାରିତ ବସ ଭଡା ପୈଠ କରି ସ୍କୁଲ ବସ ରେ ନେବା ଆଣିବା କୁ ପସନ୍ଦ କରିଥାନ୍ତି କିନ୍ତୁ ଅଭିଭାବକ ଙ୍କ ଦୃଷ୍ଟି ଆଢୁଆଳରେ ତାଙ୍କ ନାବାଳକ ପୁଅ ଝିଅ ଙ୍କୁ ସ୍କୁଲ କର୍ତୃପକ୍ଷ ଏକ ସତର ବର୍ଷ ପୁରୁଣା ଦଦରା ଯାତ୍ରୀ ପରିବହନ ପାଇଁ ୨୨ ନଭେମ୍ବର ୨୪ ରୁ ଅଯୋଗ୍ୟ ତଥା ୨ ଏପ୍ରିଲ ୨୫ ରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିବା ଏହି ବସ ରେ ନିଆ ଅଣା କରୁଥିବା ଘଟଣା ଜଣା ପଡିବାପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନୂଆପଡା ସହର ଓ ଆଖପାଖ ଅଞ୍ଚଳରେ ରେ, ତେଣୁ ଭବିଷ୍ୟତ ରେ କିଛି ଅଘଟଣ ହେବା ପୁର୍ବରୁ ବିଭାଗୀୟ ତଦନ୍ତ ଆବଶ୍ୟକ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ ଦେଇ ମଧ୍ୟ ଏହି ବସ ( ପଞ୍ଜିକୃତ ସଂଖ୍ୟା – ଓ ଡି -୨୬ -ଇ- ୫୧୫୮ ) ଟି ନିୟମିତ ଯାତାୟାତ କରୁଥିଲେ ମଧ୍ୟ ତାହା ଆର.ଟି.ଓ ଙ୍କ ଦୃଷ୍ଟି କୁ କିଭଳି ଆସି ପାରୁନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ବସ ଚଳାଚଳ ରେ ଅଙ୍କୁଶ ଲଗାଇ ବସ ମାଲିକ ଓ ସ୍କୁଲ କର୍ତୃପକ୍ଷ ଙ୍କ ଉପରେ ଆବଶ୍ୟକ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ରେ ଦୃଢ଼ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!